ଦାରିଙ୍ଗବାଡ଼ିକୁ ‘ଓଡ଼ିଶାର କଶ୍ମୀର’ କୁହାଯାଏ। ଶୀତଦିନେ ଏଠାରେ ଖୁବ୍ ଥଣ୍ଡା ଅନୂଭୁତ ହୋଇଥାଏ। ଓଡ଼ିଶାରେ ଏହା ଏକମାତ୍ର ସ୍ଥାନ, ଯେଉଁଠାରେ ବରଫପାତ ହୁଏ। ଆପଣ ଶୀତଦିନେ ଏଠାକୁ ବୁଲିବାକୁ ଗଲେ ବରଫ ପାତ ଦେଖୁବାକୁ ପାଇବେ। ଏହି ହିଲ୍ ଷ୍ଟେସନ୍ଟି କନ୍ଧମାଳ ଜିଲ୍ଲାରେ ରହିଛି। ଦାରିଙ୍ଗବାଡ଼ିର କଫି ବଗିଚା, ଗୋଲମରିଚ ଓ ହଳଦୀ ବଗିଚା, ଝାଉଁ ବଣ ଓ ସୁନ୍ଦର ପାହାଡ଼ ମଧ୍ୟ ଆପଣଙ୍କୁ ଖୁବ୍ ପସନ୍ଦ ହେବ। ଏହା ସହିତ ଏଠାରେ ଆପଣ ଦୋଲୁରୀ ନଦୀର ସୁନ୍ଦର ଝରଣା ଓ ପୁଟୁଡ଼ି ଝରଣା ଦେଖିବାକୁ ପାଇବେ।ଏଠାରେ ମଧ୍ୟ ସମଲେଶ୍ୱରୀ ମନ୍ଦିର ରହିଅଛି। ଏଠାରେ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାର ଆଖାପାଖ ଅଞ୍ଚଳରେ ପାଖାପାଖି ୨୦୦ ଚର୍ଚ୍ଚ ରହିଛି। ଭୁବନେଶ୍ୱରରୁ ଦାରିଙ୍ଗବାଡ଼ି ଯିବା ପାଇଁ ହେଲେ ଆପଣଙ୍କୁ ୨୫୦ କିଲୋମିଟର ପଡ଼ିବ। ଯଦି ଆପଣ ବରହମ୍ପୁରରୁ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୨୫ କିଲୋମିଟର ଯାତ୍ରା କରିବାକୁ ପଡ଼ିବ।
