ଭୁବନେଶ୍ୱର:ବିଜୁ ଜନତା ଦଳ(ବିଜେଡି) ୨୧ତମ ପ୍ରତିଷ୍ଠା ଦିବସ ବୁଧବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ଏମପି, ବିଧାୟକ, ଛାମୁଆ ସଂଗଠନର ନେତା ଓ କର୍ମୀମାନେ ଯୋଗଦେବେ। ଚଳିତ ବର୍ଷ ପ୍ରତିଷ୍ଠା ଦିବସ ସ୍ବତନ୍ତ୍ର ଗୁରୁତ୍ୱ ବହନ କରୁଛି। କାରଣ ଆଉ ମାସ କେଇଟା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଗତ ନିର୍ବାଚନ ଭଳି ଆସନ୍ତା ନିର୍ବାଚନରେ ବିଜେଡିକୁ କିପରି ବିପୁଳ ବିଜୟ କରିବାକୁ ପଡ଼ିବ ସେ ନେଇ ରଣନୀତି ପ୍ରସ୍ତୁତ ହେବ । ଦଳକୁ ବିଜୟୀ କରିବା ସହ ସଂଗଠନଗୁଡ଼ିକୁ କିପରି ଆହୁରି ମଜଭୁତ କରାଯିବ ସେ ନେଇ ସଭାପତି ଦଳୀୟ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ।
