ଜେଲ ଭିତରେ ରାମ ମିଳୁନି ଜାମିନ୍ ଅଡୁଆରେ ଶିଖ୍ୟାବ୍ୟବସାଇ

ରାମଚନ୍ଦ୍ର ଉପାଧ୍ୟାୟ । ଅଧ୍ୟାପକରୁ ଶିକ୍ଷା ବେବସାୟୀ । ବାସଭବନରୁ ଜେଲ । କିଛି ବର୍ଷ ପୁର୍ବରୁ ଟିୟୁସନକରି ପେଟପୋଷୁଥିବା ରାମ ଉପାଧ୍ୟାୟ କେମିତି ସାଜିଲେ କୋଟିପତି । ଯାହା ସମସ୍ତଙ୍କୁ ସନ୍ଦେହ ଆଡକୁ ଟାଣି ନେଇଥିଲା । ଧିରେ ଧିରେ ଖବର ପହଁଚିଥିଲା ଭିଜିଲାନ୍ସ ପାଖରେ । ଖୋଳ ତାଡରୁ ଭିଜିଲାନ୍ସ ଜାଣିବାକୁ ପାଇଲା ରାମ ସଞ୍ଚିଥିଲା ୨କୋଟିରୁ ଅଧିକ ସମ୍ପତି । ତେବେ ଜଣେ ବ୍ଲକ ଗ୍ରଣ୍ଡ ଅଧ୍ୟାପକ ହୋଇ ରାମ କେମିତି ଗଢିଥିଲା କୋଟି କଟି ଟଙ୍କାର ସମ୍ରାଜ୍ୟ ଜାଣିବାକୁ ମିଳିଛି ରାମର ରହିଛି ଦୁଇଟି ଛତ୍ରୀ ନିବାସ ଯେଉଁଠି ରହୁଛନ୍ତି ୩୦୦ରୁ ଅଧିକ ଛାତ୍ରୀ । ତେବେ ଏହି ଛତ୍ରୀ ମାନଙ୍କ ପାଖରୁ ଶୋଷଣ କରି ଏଭଳି ଗଡିଥିଲା ବିଶାଳ ସାମ୍ରାଜ୍ୟ । ଛତ୍ରୀ ମାନଙ୍କୁ ଅାୟୁଧ କରି ରାମ ଅଧ୍ୟାପକରୁ ସାଜିଥିଲା କୋଟିପତି ଅଧ୍ୟାପକ । ରାମ ସାଜିଲା ଆସାରାମ ବାପୁ ଖାଲି ଫରକ ଏତିକି ଥିଲା ସେ ଧର୍ମଗୁରୁ ଏ ଶିକ୍ଷା ଗୁରୁ । ତାକୁ ପୁଲିସ ଗିରଫ କଲାବେଳେ ଯେମିତି ଶିଷ୍ୟ ଶିଷ୍ୟା ମାନେ ବିରୋଧ କରିଥିଲେ ୟାକୁ ଭିଜିଲାନ୍ସ ଗିରଫ କଲାବେଳେ ମଧ୍ୟ ୟାର ଶିଷ୍ୟା ମାନେ ବିରୋଧ କରିଥିଲେ । ତେବେ ରାମକୁ ମିଳୁନି ଜାମିନ । ଆଗାମି ଦିନରେ ରାମକୁ ଜାମିନ ମିଳୁଛି ନା ଆଉ କେତେଦିନ ଭିତରେ ରହିବ ତାହା ସମୟ କହିବ