PSANDOLAN , EDITOR : SUDHANSHU SEKHAR BARIK  , 7205910688

ପପୁ ମହାପାତ୍ର ନାଁ ସେ ଏମ ଏଲ ଏ ନାଁ ସେ ଏମ୍ପି ସେ ଏବେ ଗରିବ,ଅସହାୟ ରୋଗିର ସାହାରା

ସୋର : ଏବେ ଚର୍ଚାରେ ପପୁ ମହାପାତ୍ର ଅରୋପ ରାଜେସ କୁମାର ମହାପାତ୍ର ା ରାଜନୀତିରେ ଯୁବ ଚେହେରା , କୋଟି ପତି ଘରର ଛୁଆ ଏବେ ଲୋକ ସେବା ମୁହାଁ ା ସ୍ବର୍ଗତ କାର୍ତିକ ମହାପାତ୍ରଙ୍କ ପୁତୁରା ା ସ୍ବର୍ଗତ କାର୍ତ୍ତିକ ମହାପାତ୍ର ଥିଲେ ଅପ୍ରତି ଦ୍ବନ୍ଦି ନେତା ଏକଦା ବାଲେଶ୍ବର କଂଗ୍ରେସ କହିଲେ ତାଙ୍କୁହି ବୁଝଉଥିଲା ା ସୋର ନିର୍ବାଚନ ମଣ୍ଡଳିରେ ଏମିତି କୈଣସି ଗାଁ ନଥିଲା ଜେଉଁଠି ତାଙ୍କ ଲୋକ ନଥିଲେ ା ତାଙ୍କର ରାଜନୈତିକ ଉତ୍ତର ଦାୟଦ ବୋଲି ଏବେ ପପୁଙ୍କୁ ଲୋକ କହିବା ଆରମ୍ଭ କଲେଣି ା ସେ ବି ଜନସେବାକୁ ଜେମିତି ବ୍ରତ ବୋଲି ଭାବି ସାରିଲେଣି ା କେତେବେଳେ ବିଦ୍ୟୁତ ନଥିଲେ ଜେନରେଟର ଲଗେଇ ପାଣିଉଠା ହେଉ କି କାହାପାଇଁ ସରକାରୀ କାର୍ଯ୍ୟାଳୟରେ ବସି ଲୋକଙ୍କ କାମ କରିବା ହେଉ ସବୁଠି ସେ ା କିନ୍ତୁ ନଗଦ ସେ ଏକ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିବା ବେଳେ ତାକୁ ନେଇ ସେ ଏବେ ବେସ ଚର୍ଚାରେ ା ପ୍ରତି ଦିନ ଉକ୍ତ ଆମ୍ବୁଲାନ୍ସରେ ଗରିବ ଲୋକଙ୍କୁ ସେବା ଯୋଗାଇଦିଆଯାଉଥିବା ଦେଖିବାକୁ ମିଳୁଛି ା ଏମିତିକି ଅସହାୟ ଗରିବ ଲୋକଙ୍କୁ ନିଜେ ତେଲ ପକାଇ ଚିକିତ୍ସା ପାଇଁ କଟକ ଓ ବାଲେଶ୍ବରକୁ ପଠାଉଛନ୍ତି ା ତେବେ ସେ ଆଗାମି ଦିନରେ ମୁଖ୍ୟ ରାଜନୀତିକୁ ପ୍ରବେଶ କରିବା ଆଲୋଚନା ହେଉଥିଲା ବେଳେ କିଛି ମଧ୍ୟ ତାଙ୍କୁ ସ୍ବର୍ଗତ ମହାପାତ୍ରଙ୍କ ରାଜନୈତିକ ଉତରାଧିକାରୀ କହିବା ଆରମ୍ଭ କଲେଣି ା ଅନ୍ୟପଟେ ସମିଖ୍ୟକଙ୍କ କହିବା ମୁଳେ ସୋର କଂଗ୍ରେସର ସଞ୍ଜିବନି ସାଜିପାରନ୍ତି ପପୁ , ପୁଣି ସୋର ନୁହଁ ଜିଲ୍ଲାକଂଗ୍ରେସକୁ ସଜାଡିବାର ଦାଇତ୍ବ ଦିଆଜିବା ଆବଶ୍ୟକ ବୋଲି କିଛି ପୁରୁଣା କଂଗ୍ରେସ କର୍ମି ଦାବିକଲେଣି ା ତେବେ ପପୁଙ୍କର କହିବା କଥା ଆଜିର ରାଜନୀତି ସ୍ବାର୍ଥ ସର୍ବଶ୍ବ ହେବାକୁ ଯାଉଛି କିନ୍ତୁ ମୋର ଏବେ ରାଜନିତିରେ ଇଛା ନାହିଁ ଲୋକଙ୍କ ପାଇଁ କାମକରିବା , ରାଜନୀତି କରିବିକି ନାହିଁ ଏବେ କହିପାରିବିନି ସମୟକୁ ଅପେଖ୍ୟା କରିଛି ବାସ ା

3,094 total views, 6 views today

Leave a Reply

Your email address will not be published. Required fields are marked *