PS Andolan

ସାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାରେ ଜଳେଶ୍ବର ଏସଡିପିଓ

ଜଳେଶ୍ବର : ( ସଂଜୟ ଦାସ ) ମଣିଷ ପଣିଆ ଜେମିତି ବାରି ହୋଇପଡେ ମଣିଷର କାର୍ଯ୍ୟରୁ। ମାନବିକତା ମାନସିକତାର ଗୋଟିଏ ଅଭିଛେଦ୍ୟ ଅଙ୍ଗତ ନିଶ୍ଚିତ ତେବେ ଜଣେ ପୁଲିସ ଅଧିକାରୀଣିଙ୍କ ମଣିଷ ପଣିଆ , ମାନବିକତା ଓ ମାନସିକତାକୁ ନେଇ ବେଶ ଚର୍ଚାହେଉଥିବା ଦେଖିବାକୁ ମିଳିଛି।ଖାକି ପିନ୍ଧିଥିବା ଜଣେ ପୋଲିସ ଅଧିକାରିଣୀଙ୍କ ମନରେ ଅଛି ଘୃଣା ନା ଗର୍ବ । ମନରେ କିଛି ନଭାବି ଜଣେ ଆହାତ ଯୁବକଙ୍କୁ ରାସ୍ତାରେ ଦେଖି ସାହାଯ୍ୟର ହାତ ବଢ଼ାଇ ପ୍ରସଂସା ସାଉଣ୍ଟିଛନ୍ତି ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର । ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ନିଜ ସରକାରୀ ଗାଡ଼ିରେ ଭୋଗରାଇ କର୍ମଦାରୁ କେତେକ ତଦନ୍ତ କାର୍ଯ୍ୟ ସାରି ୧୩/୦୧/୨୦୨୦ ସମୋବାର ସନ୍ଧ୍ୟାରେ ଜଳେଶ୍ୱର ଫେରୁଥିବା ସମୟରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଡି.କେ କଲେଜ ନିକଟରେ ଜଣେ ସ୍କୁଟି ଚାଳକ ରାସ୍ତା ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଲୋକଙ୍କ ଭିଡ଼ ଦେଖି ଏସଡିପିଓ ଅଟକି ଯାଇ ଭିଡ଼ ଭିତରେ ଆହାତ ଯୁବକ ଜଣକ ଛଟ ପଟ ହେଉଥିବା ଦେଖି ନିଜେ ସାହାଯ୍ୟର ହାତ ବଢାଇ ନିଜ ସରକାରୀ ଗାଡ଼ିରେ ଆଣି ଜଳେଶ୍ୱର ଜି.କେ.ଭଟର ହସ୍ପିଟାଲରେ ଭର୍ତି କରାଇଥିଲେ । ଆହାତ ଯୁବକ ଜଣକ ହେଉଛନ୍ତି ଜଳେଶ୍ୱର ଥାନା ଆରୁହା ଗ୍ରାମର ସନ୍ତୋଷ ମହାନ୍ତି (୩୨) । ସେ ପଶ୍ଚିମବଙ୍ଗ ମୋହନପୁରରୁ ରଙ୍ଗ କାମ ସାରି ଘର ଆରୁହା ଫେରୁଥିଲେ । ତେବେ ଜଳେଶ୍ୱର ଏସଡିପିଓଙ୍କର ଏପରି ମହାନତା ଓ ସାହାଯ୍ୟର ଇଛାଶକ୍ତିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଆହାତ ପରିବାର ଏବଂ ବିଭିନ୍ନ ମହଲରୁ ପ୍ରସଂସାର ଶୁଅଛୁଟିଛି ।

1,101 total views, 9 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.