ଏସଡିପିଓ ଓ ଆଇଆଇସିଙ୍କ ଟାର୍ଗେଟରେ ଜଳେଶ୍ବର ବ୍ରାଉନସୁଗର ବେପାରୀ,୫୦ଗ୍ରା:ମ:ପାଉଡର ଜବଦ ୧ ଗିରଫ

ଜଳେଶ୍ବର: ( ସଂଜୟ ଦାସ ) ନିଶା କାରବାର ପାଇଁ ଜଳେଶ୍ବର ହେଉଛି ବେପାରୀଙ୍କ ପାଇଁ ଏକ ମାତ୍ର ନିରାପଦ ସହର ହୋଇଉଠିଥିବା ବେଳେ ଦିନରାତି ସବୁସମୟରେ ଏଣେ ତେଣେ ଚାଲିଛି ବେପାର । ସେଥିମଧ୍ୟରୁ ବ୍ରାଉନସୁଗର ବେପାର ଅନନ୍ୟ । ଏହି ବେପାର ଦିଗରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କେତେକ ଲୋକେ ଅଧିକ ମୋଟା ଅଙ୍କର ଅର୍ଥ ରୋଜଗାର କରିବା ପାଇଁ ସହରରେ ଛଟ ରୁ ବଡ଼ ମହିଳା କି ପୁରୁଷ ପଛାଉ ନାହାନ୍ତି । ଯାହାକି ଲଗାତାର ବିଭିନ୍ନ ସମୟରେ ଏସଟିଏଫ(ସ୍ପେଶାଲ ଟାସ୍କ ଫୋର୍ସ) ଓ ଜଳେଶ୍ବର ପୋଲିସ ଏବଂ ଅବକାରୀ ପୋଲିସ ଦ୍ବାରା ଧରା ପଡିବା ପରେବି ଏହି ମାରାତ୍ମକ ବ୍ରାଉନସୁଗର ବେପାର ଓ ବେପାରୀଙ୍କ ସଂଖ୍ୟା କମିବାରେ ନା ଧରୁନାହିଁ । ତେବେ ଜଳେଶ୍ବରରେ ନୂଆକରି ଆସିଥିବା ଏସ୍ଡ଼ିପିଓ ଅଙ୍କିତା କୁମ୍ଭାର ଏବଂ ଆଇଆଇସି ଧନେଶ୍ବର ସାହୁଙ୍କ ଟାର୍ଗେଟରେ ଜଳେଶ୍ବର ବ୍ରାଉନସୁଗର ବେପାରୀ । ଆରମ୍ଭ ହୋଇଛି ଚଢ଼ାଉ ଓ ଗିରଫ ଦାରୀ । ଯାହାକି ଆଜି ତା:୦୯/୦୧/୨୦୨୦ ରିଖ ସକାଳ ୭ଟା ସମୟରେ ଜଳେଶ୍ବର ସାଶନବାଡ଼ ଗାଁର ସେକ ବସିରୁଦିନର ପୁଅ ସେକ ଜୟ ରୁଦିନ (୨୬)କୁ ଜଳେଶ୍ବର ଏସ୍ଡ଼ିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ଧନେଶ୍ବର ସାହୁ ସାଶନବାଡ଼ ଜୟରୁଦିନର ନିଜ ଘରେ ଚଢ଼ାଉ କରି ୫୦ ଗ୍ରା:ମର ବ୍ରାଉନସୁଗର ଜବଦ କରିବା ସହ ଜୟ ରୁଦିନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଜବଦ ହୋଇଥିବା ବ୍ରାଉନସୁଗର ର ମୂଲ୍ୟ ପାଖାପାଖି ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ଓ ଅନ୍ୟ ପଟେ ଏ ବେପାର ଦିଗରେ ଆଉ କାହାର ହାତ ରହିଛି ଗିରଫ ହୋଇଥିବା ଯୁବକ ଠାରୁ ପୋଲିସ ଅଧିକ ସୁରାଗ ପାଇଥିବା ଜଣାପଡିଛି ।

885 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.