PSANDOLAN , EDITOR : SUDHANSHU SEKHAR BARIK  , 7205910688

ଚକବାରାପୁର ଜଗତ ଜିତ୍ ହତ୍ୟା ପଛରେ ଧଳାଜହର : ବାଙ୍ଗ୍ଲା ଦେଶରୁ ଓଡିଶା , ଭୂବନେଶ୍ବରରୁ ସୋର ଲମ୍ବିଛି ଚେର 

ସୋର : ବନ୍ଧୁତ୍ବ ଦିବସରେ ବନ୍ଧୁ ସାଜିଲା ବନ୍ଧୁକ I ଶାଙ୍ଗଦେଇଥିଲାକି ଧଳାଜହର ? ପାଗଳ କରୁଛି ଧଳାଜହର ! ବାଙ୍ଗ୍ଲା ଦେଶରୁ ଓଡିଶା , ଭୂବନେଶ୍ବରରୁ ସୋର , ଧଳାଜହରର କବଳରେ କବଳିତ ଯୁବ ସମାଜ I ସୋରରେ ଗଡୁଛି ମୁଣ୍ଡ I ତେବେ ସୋରରେ ଏହି ଧଳା ଜହର ବେପାରର ମାଷ୍ଟର ମାଇଣ୍ଡ କିଏ ?  ଛତ୍ରପୁର ଛକର ଫଳ ଦୋକାନ ଗଳିଭିତରେ ମିଳୁଛି ଏଇ ଜହର I ଗୋଟେ ପୁଟୁଳାକୁ ୩୦୦ ଟଙ୍କା I କଲେଜ ଛକରେ ଲାଗୁଛି ମାଷ୍ଟର ମାଇଣ୍ଡର କାର I ସୋରରେ ନବାଗତ ଛାତ୍ର ଓ ଯୁବକ ପଡୁଛନ୍ତି ଧଳାଜହର ବା ଡ୍ରଗ୍ସ ଜାଲରେ I ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ଓ ବେକାର ଯୁବକ I ନିଶା ଶୁଆଇ ଦେଉଛି ଚିର ନିଦ୍ରାରେ I ବାପା ମାଙ୍କ ଅନ୍ଧର ଲହୁଡି ଧଳା ଜହର ପାଇଁ ବାପାମାଙ୍କ କୂଳ ଶୂନ୍ୟକରି ଫେରି ଯାଉଛି ଆର ପାରିକୁ I  ଗତ କାଲି ବିଳମ୍ବିତ ରାତ୍ରିରେ ଚକବାରାହାପୁର ଅଞ୍ଚଳର ଯୁବକଙ୍କ ମ୍ରୁତ୍ୟୁ ପଛର ବଡ ଖୁଲାସା I ଥାନାରେ ଅଟକ ଯୁବକ କହିଲେ ସେ ମୋ ସାଙ୍ଗରେ ଥିଲା କିନ୍ତୁ କେମିତି ମଲା ମୁଁ ଯାଣିନି  , ସେମାନେ ପ୍ରବଳ ପାଉଡରଖାଆନ୍ତି , ମୁଁ ଖାଏନି ମୁଁ ଖାଲି ଗଞ୍ଜେଇ ଖାଏଁ କେବେ କେବେ ମୋତେ ବାଧ୍ୟକରିଦିଅନ୍ତି I କିଏ ବିକୁଛି ମୁଁ ଯାଣିଛି ତାକୁ ଦେଖିଲେ ଚିହ୍ନି ନେବି I ପରିବାର ଲୋକ ଆଣିଲେ ମାରିଦେଇଥିବାର ଅଭିଯୋଗ I ତେବେ ଆଜି ବାଦଲ ନାମକ ଆଉଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଯାରିରଖିଛି ସୋର ପୋଲିସ I ସୋର ମୁନିସପାଲିଟି ଚକବାରାପୁର ଅନିରୁଦ୍ଧ ପଣ୍ଡାଙ୍କ ପୁତ୍ର ଜଗତଜିତ୍ ପଣ୍ଡାଙ୍କୁ ଗତକାଲି ଘରୁଡାକିନେଇ ମାରିଦେଇଥିବାର ଅଭିଯୋଗ କରିଛନ୍ତି ମା I ସେପଟେ ଅଭିଯୁକ୍ତ ଯୁବକଙ୍କ ଏଭଳି ବିସ୍ପୋରକ ବୟାନ ପୁଲିସ ତଦନ୍ତକୁ ମଜବୁତ କରିପାରେ I ପୋଲିସର ଛାନବିନ୍ ହିଁ ସୋରରେ ଥିବା ଧଳାଜହରର ବଡ ବେପାରି ପାଖରେ ପହଞ୍ଚି ପାରିବ I ତେବେ ଦେଖିବାକୁ ବାକିରହିଲା କେବେ ପୋଲିସ ପହଞ୍ଚୁଛି ସୋରର ଥିବା ଧଳାଜହର ବ୍ୟବସାୟର ମାଷ୍ଟର ମାଇଣ୍ଡ ପାଖରେ ?

 

2,202 total views, 3 views today

Leave a Reply

Your email address will not be published. Required fields are marked *