PS Andolan

ଫାଲକନ ମାମଲାରେ ଗୁମର ଖୋଲିଲେ ପୂର୍ବତନ ବିଧାୟକ

ବାଲେଶ୍ୱର,ନୀଳଗିରି  : ଦିନକୁ ଦିନ ଫାଲକନ ମାମଲା ନିରବି ଯାଉଥିବା ବେଳେ ନ୍ୟାୟ ଆଶାରେଥିବା ସାଧାରଣ ଲୋକଙ୍କ ଆଶା ମୈଳିବାରେ ଲାଗିଛି । ସତେ ଜେମିତି ଲାଗେ ଆଇନ ଆଉ ବ୍ୟବସ୍ଥା ବେଳେ ବେଳେ ଅର୍ଥଆଉ ଆଧିପତ୍ୟ ଆଗରେ ହାରମାନିଯାଉଛି । ବାଲେଶ୍ୱର ଜିଲ୍ଲା ଖନ୍ତା ପଡା ଘଟଣାର ଆଜି ୯ଦିନ ବିତିଥିଲେବି ମାଲିକ ନିସ୍କଳଙ୍କ ହୋଇ ବୁଲୁଛନ୍ତି । ଏପଟେ ଖନ୍ତା ପଡା ପୋଲିସ ନିରବ ଏଠି ଚାପ କାହା ଉପରେ କାହାର । ସଂଗ୍ରାମର ମାଟି କୁହାଯାଉଥିବା ବାଲେଶ୍ୱର ବାଶୀ ନିରବ ! ଗଡଯାତର ମାଟି ନୀଳଗିରି ନିସ୍ତବ୍ଦ ସତେଜେମିତି ଲାଗୁଛି ବିରୋଧ ଆଉ ପ୍ରତିବାଦର ଶ୍ୱରଟା ନିରବ ହୋଇଯାଇଛି । ଏହି ସମୟରେ ମୁହଁ ଖୋଲି ନୀଳଗିରିର ପୂର୍ବତନ ବିଧାୟକ ଚିତରଞ୍ଜନ ଷଡଙ୍ଗୀ ସିଧାସଳଖ କହିଛନ୍ତି ପ୍ରତାପ ଷଡଙ୍ଗି ଏବଂ ତାରା ପଟ୍ଟନାୟକଙ୍କର କିଛି ସମ୍ପର୍କଥାଇ ପାରେ । ନହେଲେ ସେ କାହିଁକି ୪ଦିନ ପରେ ମୁହଁ ଖୋଲିଲେ ? ଖାଲି ପ୍ରତାପ ଷଡଙ୍ଗୀ ନୁହନ୍ତି ସରକାରୀ ଦଳର ଭୂମିକା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ତେବେ କାହିଁକି ନିରବି ଗଲା ଫାଲକନ ବିରୋଧର ଶ୍ୱର ? କିଏ ବନ୍ଦକରିଦେଲା ହାତଗଣତି ବଡ ବଡ ମିଡିଆର ଆବାଜ ? କାହିଁ କେଉଁ ଟିଭିର ଡିବେଟରେତ ସ୍ଥାନ ପାଇଲାନି ଫାଲକନ ଘଟଣା ଏଠୁ ସ୍ପଷ୍ଟ ହୁଏ ପ୍ରଧାନେ ପୁଅ ମାଙ୍କଡ ମାଇଲେ ଦୋଶ ନାହିଁ ।

1,191 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.