PS Andolan

ସରପଞ୍ଚ ପୁଅର ଉନ୍ମତ କାଣ୍ଡ, ହୋଟେଲ ଭିତରେ ଦାଦାଗିରି

ଜଳେଶ୍ବର : ଜଣେ ଲୋକ ପ୍ରତିନିଧି ସରପଞ୍ଚଙ୍କ ପୁଅର ଏକ ହଟେଲ ଭିତରେ ପଶି ଉନ୍ମତ କାଣ୍ଡ ଓ ଦାଦାଗିରିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଘଟଣା ନୂଆ ମୁଡ ନେଇଛି । ଘଟଣାରୁ ଜଣାପଡିଛି ଯେ ଗତ ତା ୩/୦୧/୨୦୨୦ ରିଖ ସନ୍ଧ୍ୟା ୯ ସମୟରେ ସରପଞ୍ଚ ହରେକୃଷ୍ଣ ଗିରୀଙ୍କ ପୁଅ ରବୀନ୍ଦ୍ର ଓ ଶିବଶଙ୍କର ପଳାଇଙ୍କ ପୁଅ ଚିତ୍ତରଞ୍ଜନ ଦୁହେଁ ଜଳେଶ୍ବର ଷ୍ଟେସନ ନିକଟରେ ଥିବା ହୋଟେଲ ଅନ୍ନପୂର୍ଣ୍ଣାକୁ ଯାଇ ହୋଟେଲ କର୍ମଚାରୀ ଉତ୍ତମ ପାତ୍ରଙ୍କୁ ଦେଖି ହୋଟେଲ ଭିତରେ ଆରମ୍ଭ ହୋଇଥିଲା କୁରୁକ୍ଷେତ୍ର । ଆରମ୍ଭ ହେଲା ମାଡ଼ ଓ ଭଙ୍ଗାରୁଜା ଯାହାର ସମସ୍ତ ଘଟଣା ସମ୍ପର୍କରେ ହୋଟେଲ ମାଲିକ ରାଧାଶ୍ୟାମ ସାହୁ ଓ ଆହତ କର୍ମଚାରୀ ଉତ୍ତମ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି । ଉକ୍ତ ଦିନର ଘଟଣା ସମ୍ପର୍କରେ ଅଭିଯୋଗ କାରୀ ଉତ୍ତମ ପାତ୍ର ଜଳେଶ୍ବର ଥାନାରେ ଘଟଣା ଭିଆଇଥିବା ଦୁଇ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ବେଳେ ଏନି ଥାନାରେ ୦୫/୨୦ ମୂଳେ ଏକ ମାମଲା ରୁଜୁ ହୋଇଛି । ତେବେ ସେଦିନର ଘଟଣା ସମ୍ପର୍କରେ ସମସ୍ତ ହୋଟେଲ ସିସିଟିଭି ରେକର୍ଡକୁ ଆଧାର କରି ଜଳେଶ୍ବର ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ଭିତରେ କଣ ରହିଛି ସତ୍ୟତା । କିଏ କହୁଛି ସତ । ତେବେ ସିସିଟିଭି ରେକର୍ଡ ରୁ ଚିତ୍ର କହୁଛି ଏହି ଦୁଇ ଯୁବକ ଯେଉଁ ଭଳି ଉନ୍ମତ କାଣ୍ଡ ଭିଆଇ ଛନ୍ତି ଏହା ନିହାତି ଏକ ବଡ ଅପରାଧ । କିନ୍ତୁ ଏପଟେ ହୋଟେଲ ମାଲିକ ରାଧାଶ୍ୟାମ ସାହୁ ଉକ୍ତ ଯୁବକ ମାନେ ବାଲି ଖାଦାନ ନେଇ ଏହାଳି ଓ ମୋ ଉପରେ ଆକ୍ରମଣ କରିବାର ଧମକ ଦେଉଥିବା ସମ୍ପର୍କରେ ସାମ୍ୱାଦିକ ମାନଙ୍କ ଆଗରେ ପ୍ରକାଶ କରିଛନ୍ତି

1,368 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.