PS Andolan

ବାଲେଶ୍ୱର ଜିଲ୍ଲାରେ କରୋନା ବଢ଼ାଇ ଚାଲିଛି ଟେନସନ , ଜଳେଶ୍ୱର ସହର ୮୪ ଘଣ୍ଟା ସଟ୍ ଡାଉନ

ଜଳେଶ୍ୱର : ( ସଂଜୟ ଦାସ ) ସରକାରୀ କାର୍ଯ୍ୟାଳୟ ରେ ଏବେ କରୋନା ର ଛିଟା ବଢ଼ାଇ ଦେଇଛି ଟେନସନ । ଗତ 11 ତାରିଖ ବାଲେଶ୍ୱର ଆର୍ଟିଓ କାର୍ଯ୍ୟଳୟ ରେ ଜଣେ ପଜେଟିଭ ଚିହ୍ନଟ ପରେ ଜିଲ୍ଲା ଆଞ୍ଚଳିକ କାର୍ଯ୍ୟାଳୟକୁ ପୁରା ସିଲ କରି ସମସ୍ତ କର୍ମଚାରୀଙ୍କୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଛୁଟି ରେ ପଠାଇ ଦିଆଯାଇଛି । ସେପଟେ ଗତକାଲି ‘ପରିବାର ସେବା’ ନାମକ ଏକ କ୍ଲିନିକ ରେ ଜଣେ କର୍ମଚାରୀ ପଜେଟିଭ ଚିହ୍ନଟ ପରେ ସେବା କ୍ଲିନିକ କୁ ସିଲ କରି ଦିଆଯାଇଛି । ତେବେ ଜିଲ୍ଲାରେ କରୋନା ପଜେଟିଭି ସଂଖ୍ୟା ବଢୁଥିବା ବେଳେ ଜିଲ୍ଲା ପ୍ରଶାସନର ଚିନ୍ତା ମଧ୍ୟ ଅଧିକ ବଢାଇ ଦେଇଛି। ଯାହାକି କ୍ଲିନିକ ଗୁଡିକରେ ପଜେଟିଭ ବାହାରିବା ଦ୍ୱାରା ସ୍ୱାସ୍ଥ୍ୟବିଭାଗ ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସହରରେ ଥିବା ନର୍ସିଂହୋମ ଓ ପାଥଲାଵ ମାନଙ୍କରେ କୋଭିଡ ନିୟମ କିଭଳି ପାଳନ ହେଉଛି ସେନେଇ ଆଜି ଜର୍ଦାର ଯାଞ୍ଚ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟବିଭାଗ । ପ୍ରାଥମିକ ପର୍ଯ୍ୟାୟରେ 8 ଜଣିଆ ଟିମ ସହରର ଆଜି 11 ଟି ସ୍ଥାନରେ ଯାଞ୍ଚ କରିବା କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ 7 ଟି ପାଥଲାଵ କୁ ସିଲ କରିଦେଇଛନ୍ତି । ବାରମ୍ବାର ସଚେତନ କରିବା ପରେ ମଧ୍ୟ ନିୟମ ମାନୁ ନଥିବା ଅଭିଯୋଗରେ ଏଭଳି କରାଯାଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଜଳେଶ୍ୱର ସହରରେ କରୋନା ପଜେଟିଭି ସଂଖ୍ୟା ଧୀରେ ଧୀରେ ବଢିଯାଲିଛି । ୨୪ ଘଣ୍ଟାରେ ଜଳେଶ୍ୱର ମ୍ୟୁନସି ପାଲଟି ମଧ୍ୟରେ ୧୨ ପଜେଟିଭି ଚିହ୍ନଟ । ଯାହାକି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସନ୍ଧ୍ୟା ୫ ରୁ ଅର୍ଥାତ ୧୩/୦୭/୨୦୨୦ ରୁ ୧୭/୦୭/୨୦୨୦ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ସଟ୍ ଡାଉନ ଜାରି କରାଯାଇଛି । ସହରର ସମସ୍ତ ପ୍ରବେଶ ପଥ ଓ ଗଳିରାସ୍ତାକୁ ସିଲ କରାଯାଇଛି । ବାହାର ଲୋକ ଏବଂ ସହରର ୧୭ ୱାଡ଼ ମଧ୍ୟରେ ୮୪ ଘଣ୍ଟା ଯୋଗାଯୋଗ ପୁରା ପୁରି ବିଛିନ୍ନ ।

942 total views, 9 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.