PSANDOLAN , EDITOR : SUDHANSHU SEKHAR BARIK  , 7205910688

ପ୍ରତାପ ଷଡ଼ଙ୍ଗୀଙ୍କ ପୋଲ ଖୋଲିଛି ବିବିସି ସାମ୍ନାକୁ ଆସିଲା ଧଳା ତଳର କଳା 

ସୋସିଆଲ ମିଡିଆ : ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା ତଥା ପ୍ରଥମ ଥର ପାଇଁ ସାଂସଦ ହୋଇ ମନ୍ତ୍ରୀପଦ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପୋଲ ଖୋଲିଛି ବିବିସି  ଓ ନିୟୁଜ ୱାଲ୍ଡ ଓଡିଶା। କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତାପଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା, ଯେଉଁ ଖବର ପରିବେଷଣ କରାଯାଉଥିଲା ତାହା ଉପରେ ଟିପ୍ପଣୀ ଦେଇଛି ବିବିସି  । ସାଧାସିଧା, ସରଳ ଜୀବନ ଜିଉଁଥିବା, ସାଧାରଣ ମଣିଷଟେ ଭଳି ବଞ୍ଚୁଥିବା ପ୍ରତାପଙ୍କୁ ଯେଉଁ ଭଳି ଭାବେ ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ବର୍ଣ୍ଣନା କରାଯାଇଛି ତାହାର ପେଡ଼ି ଖୋଲିଛି ଲୋକପ୍ରିୟ ଆନ୍ତର୍ଜାତୀୟ ନିରପେକ୍ଷ ଗଣମାଧ୍ୟମ ବିବିସି  ।

ପ୍ରତାପଙ୍କ ବିଗତ ଦିନର ଅପରାଧିକ ମାମଲାର ପେଡ଼ି ଖୋଲି କେମିତି ଜଣେ ବିବାଦୀୟ ପୃଷ୍ଠଭୂମିରେ ବଢ଼ିଥିବା ନେତାଙ୍କୁ ରାତାରାତି ହିରୋ କରି କେନ୍ଦ୍ରମନ୍ତ୍ରୀ କରାଗଲା ତାରି ଉପରେ ଖୁଲାସା କରିଛି ବିବିସି  । ଏପରିକି ନିଜ ଶୀର୍ଷକରେ ପ୍ରତାପଙ୍କ ହାତରେ ରକ୍ତର ଛିଟା ପଡ଼ିଛି ବୋଲି କହିଛି ବିବିସି  ।

ସାଂସଦ ଜିତି ଦିଲ୍ଲୀ ଯିବା ପରେ ଆଉ ମନ୍ତ୍ରୀ ହେବା ପୂର୍ବରୁ ହଠାତ ସୋସିଆଲ ମିଡିଆର ସେନସେସନ ପାଲଟି ଯାଇଥିଲେ ପ୍ରତାପ  । ତେବେ ଧଳା କୁର୍ତ୍ତା ପାଇଜାମା ପିନ୍ଧା ପ୍ରତାପଙ୍କ ୧୯୯୯ ଓ ୨୦୦୨ର ଅପରାଧିକ ପେଡ଼ିରୁ ଫିତା ଫିଟାଇଛି ବିବିସି  । ୧୯୯୯ରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଗ୍ରାହାମ ଷ୍ଟେନ ଓ ତାଙ୍କ ୨ ନିରୀହ ଶିଶୁଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା  । ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦାରା ସିଂ ଓ ଅନ୍ୟମାନେ ବଜରଙ୍ଗ ଦଳର ହୋଇଥିବା ବେଳେ ପ୍ରତାପ ଥିଲେ ସେତେବେଳେ ବଜରଙ୍ଗ ଦଳର ସଭାପତି  । ଏହି ଲୋମହର୍ଷକ ଘଟଣା ସେତେବେଳେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା  । ଏଥିସହ ୨୦୦୨ରେ ବି ପ୍ରତାପ ବିଧାନସଭା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ  । ଯେଉଁଥିରେ ଦକ୍ଷିଣପନ୍ଥୀମାନେ ବିଧାନସଭା ଭିତରକୁ ଧସେଇ ପଶି ଭଙ୍ଗାରୁଜା କରିବା ସହ ସରକାରୀ ସମ୍ପତ୍ତିକୁ ନଷ୍ଟ କରିଥିବାର ମାମଲା ହୋଇଥିଲା  ।

ଆଉ ସେତେବେଳେ ପ୍ରତାପଙ୍କୁ ଗିରଫ କରିଥିଲା ପୋଲିସ  । ଦଙ୍ଗା ଭିଆଇବା, ବିଧାନସଭା ପରି ପବିତ୍ର ଗୃହକୁ ୫୦୦ କର୍ମୀ ଧରି ଆକ୍ରମଣ କରିବା ଅଭିଯୋଗରେ ପ୍ରତାପଙ୍କୁ ଗିରଫ କରାଯାଇଥିଲା  । ପ୍ରତାପ ଯେତେବେଳେ ବଜରଙ୍ଗ ଦଳର ମୁଖ୍ୟ ଥିଲେ ଏ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ଥିଲା କି, ସେ ଆଦିବାସୀ ଅଞ୍ଚଳରେ ଖ୍ରୀଷ୍ଟିୟାନ ମିସନାରୀର ଧର୍ମାନ୍ତକରଣ ବିରୋଧରେ ଜୋର ଜବରଦସ୍ତ ଅଭିଯାନ ଚଳାଇଥିଲେ  । କାଳେ ମିଶନାରୀ ଗୁଡ଼ିକ ଧର୍ମ ପରିବର୍ତ୍ତନରେ ସାମିଲ ଅଛନ୍ତି ସେନେଇ ପ୍ରତାପଙ୍କ ଦଳ ତରଫରୁ ବଳ ପ୍ରୟୋଗ କରି ବିରୋଧ କରାଯାଉଥିଲା  ।

3,693 total views, 3 views today

Leave a Reply

Your email address will not be published. Required fields are marked *