PS Andolan

ବିଧାୟକ ହେବାର ବର୍ଷକ ପରେ ଆରପାରିକୁ ଚାଲିଗଲେ ବାଲେଶ୍ଵରର ମଙ୍ଗୁ ଭାଇ

ବାଲେଶ୍ବର: (ଆନ୍ଦୋଳନ ବ୍ୟୁରୋ) ବାଲେଶ୍ୱର ବାସୀଙ୍କ ଆଶା ଓ ବିଶ୍ୱାସ ସବୁକିଛି ହୋଇଗଲା ଧୂଳିସାତ ।ନୂଆକରି ବିଜୟ ହାସଲ କରିଥିବା ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତ (ମଙ୍ଗୁ ଭାଇ) ସବୁଦିନ ପାଇଁ ନିଜ ବାଲେଶ୍ବର ବାସୀଙ୍କୁ ଛାଡି ଚାଲିଗଲେ ଆରପାରିକୁ । ଅଧୁରା ରହିଗଲା କର୍ମକ୍ଷେତ୍ର ପାଇଁ ତାଙ୍କ ଜୀବନର ହଜାରେ ସ୍ବପ୍ନ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ ଙ୍କୁ ପରାସ୍ତ କରି ବିଜେପି ବାଲେଶ୍ଵର ସଦର ବିଧାୟକ ଭାବେ ପ୍ରଥମ ଥର କରି ବିଜୟ ଟିକା ମୁଣ୍ଡରେ ଲାଗିଥିଲା । ବିଧାନସଭା ଯିବାର କିଛି ମାସ ପରେ ନିଜକୁ ଅସୁସ୍ଥ ବୋଲି ଅନୁଭବ କରିଥିଲେ। ତାହାରି ଭିତରେ ବାଲେଶ୍ଵର ସଦର ପାଇଁ କିଛି ବିକାଶର କାର୍ଯ୍ୟ ବେଟିଙ୍ଗର ପ୍ରଥମ ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ଦେହ ଅଧିକ ଅସୁସ୍ଥ ହେବା ଦ୍ୱାରା ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ପରମୁହୂର୍ତରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଥିଲା । ତାହାରି ଭିତରେ ବିଧାୟକ ବିଜୟ ହେବାର ବିତିଗଲା ୪୧୯ ଅର୍ଥାତ ବର୍ଷେ ଏକମାସ ୧୭ଦିନ । ମଙ୍ଗୁ ଭାଇଙ୍କ ପରିବାର ଠାରୁ ଆରମ୍ଭ କରି ଶୁଭେଚ୍ଛୁ , ପ୍ରସଂଶକ ସମସ୍ତେ ମଙ୍ଗୁ ଭାଇର ସୁସ୍ଥତା କାମନା କରି ଘରକୁ ଫେରିବା ବାଟକୁ ଚାହିଁ ବସିଥିଲେ । କିନ୍ତୁ ଭଗବାନଙ୍କ ବିଧିର ବିଧାନ ଏମିତି ଥିଲାଯେ ଫେରି ପାରିଲେନି ଜନ୍ମ ମାଟି ନିର୍ବାଚିତ ବିକାଶ ମୈଦାନକୁ। ସବୁଦିନ ପାଇଁ ଲିଭିଗଲା ଆଜି ତାଙ୍କ ଜୀବନ ଦୀପ । ଆଜି ସକାଳ ୯:୪୫ ସମୟରେ ଭୁବନେଶ୍ୱର ଏମ୍ସ ରେ ତ୍ୟାଗ କରିଥିଲେ ଶେଷ ନିଶ୍ୱାସ । ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟ ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଥିବା ବେଳେ ସାରା ବାଲେଶ୍ଵର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଙ୍କ ପାଖରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜନ୍ତ ପଣ୍ଡା ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

405 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.