ମାଟି ମା ସଂଘର୍ଶ ସମିତିର ଧାରଣା ଠିକାଦାର ତଥା ଖାଦାନ ମାଲିକ ରାଜେନ୍ଦ୍ର ନାୟକଙ୍କୁ ପରିଚୟ ଦେଲା

ସୋର : ଗଢିଆର ଦଳ ଛଡାଇଲା କିଏ ? ପାଣି ବାହିଲା କିଏ ? ପଙ୍କ ଟେକିଲା କିଏ ? ମାଛ ଧରା ବେଳକୁ ପହଞ୍ଚି ଗଲେ ବଡ ବାବୁ ା ଦେଖିବାକୁ ବାକିରହିଲା ମାଛ ଖାଉଛି କିଏ ? କିନ୍ତୁ କାହାର କଣ ହେଉ ନହେଉ କମ୍ପାନି ପାଖରେ ରାଜେନ୍ଦ୍ର ନାୟକଙ୍କ ଭଳି କିଛି ବ୍ୟବସାଇ ପରିଚୟ ପାଇଗଲେ ା ମାଟି ମା ସଂଘର୍ଷ ସମିତି ବ୍ରିଜ୍ ଗୋପାଳ କମ୍ପାନିର ସୋର ୬ପୋଲିଆ ନିକଟରେ ଥିବା କର୍ଯ୍ୟାଳୟ ଆଗରେ ଧାରଣାରେ ବସିଲା ? ନେତ୍ରୁତ୍ବ ନେଲେ ବିଜେପି ପ୍ରାର୍ଥୀ ରାକେଶ ମଲ୍ଲିକ ା ରାକେଶଙ୍କ ସହ ତାଙ୍କର ୪ସହଯୋଗିବି ସୋର ଥାନାରେ ୨ଘଣ୍ଟା ପାଖା ପାଖି ଅଟକରହିଲେ ା ଖୋଦ ଭାରତର ମନ୍ତ୍ରୀ ଧାରଣା ସ୍ଥଳରେ ପହଞ୍ଚିଲେ ା ସେତେପର୍ଯ୍ୟନ୍ତ ସୋର ବିଜେପିର ବହୁଟାଣୁଆ ନେତା ପାଖମାଡି ନଥିଲେ ଯାହା ରାକେଶଙ୍କ ମନବଳକୁ ଭାଙ୍ଗୁଥିଲା କିନ୍ତୁ ରାଜାରାମ ବାବୁ , ଲିକୁ ବାବୁ , ଗଣଶା ବାବୁ , ଅଶୋକ ବାବୁ , ପ୍ରକାଶ ବାବୁଙ୍କ ଭଳି ଯୁବକଙ୍କ ସହଯୋଗରେ ରାକେଶଙ୍କ ମନବଳ ୧୦ଇଞ୍ଚିଆ ପକା କାନ୍ଥଭଳି ଷ୍ଟ୍ରଙ୍ଗ ହୋଇଗଲା ା କିନ୍ତୁ ବଡ କଥା ହେଉଛି ଏ ଧାରଣା ଅନସନ ମଧ୍ୟରେ ଗୋଟେ କଥା ଦେଖା ଦେଉଥିଲା ଇଏ ଗୁହାରି କରୁଥିଲେ ଯାହାକୁ କମ୍ପାନି ଘଇତା କରିଥିଲା ବୋଧେ ତାହାକୁ ା ତେବେ ଯାହାବି ହେଉ ଶେଷରେ ଶେଷଦ୍ରୁଶ୍ୟ ଆସିବା ପୁର୍ବରୁ ପହଞ୍ଚି ଗଲେ ବିଜେପିର ଜିଲ୍ଲାସଭାପତି , ସୋର ବିଜେପିର ଏକମାତ୍ର ଜିଲ୍ଲାପରିସଦ ସଭ୍ୟ ତଥା ଖାଦାନ ମାଲିକ ଓ ଠିକାଦାର ରାଜେନ୍ଦ୍ର ନାୟକ ା ଆଲୋଚନା ଚାଲିଲା , ସମାଧାନତ ହେବ , ଲଖ୍ୟ କେତେ ପୁରଣ ହେବ ନହେବ ତାହା ରାକେଶ ବାବୁ କହିବେ , କାରଣ ସେ ଉତ୍ତର ଦାଇ ା ଯାହାବି ହେଉ କିନ୍ତୁ କମ୍ପାନି ଚାଲିଲେ ରାଜେନ୍ଦ୍ର ବାବୁ କମ୍ପାନି ପାଖରେ ଭଲ ପରିଚୟ ପାଇବେ ା ଖାଲି ଖ୍ୟତିହେବ ସାଧାରଣ ଲୋକଙ୍କର କଣ ଖ୍ୟତି ଜେତିକି ଦିନ କାମ ବନ୍ଦ ହେଲା ସେତିକି ଦିନ କାମ ସରିବା ପାଇଁ ବଢିଜିବ ା ତେବେ ଦେଖିବାକୁ ବାକିରହିଲା ଧାରଣାର ଶେଷରେ କିଏ ଲାଭରେ ରହୁଛି ?

1,323 total views, 6 views today

Leave a Reply

Your email address will not be published. Required fields are marked *