ରେମୁଣା ବିଧାୟକ ବନ୍ଧା ହେବେତ ! ବାଲେଶ୍ବର ବିଜେଡିରେ କଳଙ୍କର ଛିଟ

ରେମୁଣା : ସରକାରଙ୍କ ଅର୍ଥ ସରକାରି ଦଳର ନେତା ଆତ୍ମସାତ କରିବା ଠାରୁ ଆଉ ବଡ ଲଜ୍ୟା କଣ ଥାଇପାରେ ା ତେବେ ସରକାରି କର୍ମଚାରି ଚୋରି କରିବା ନେଇ ପୂର୍ବରୁ ବହୁଅଭିଯୋଗ ହୁଏ କିନ୍ତୁ ଏଥର ସରକାରୀ ଦଳର ବିଧାୟକ ଲୋକଙ୍କ ନାମରେ ଟଙ୍କା ଚୋରି କରିଛନ୍ତି ା ଏପଟେ ଏ ଅଭିଯୋଗ ଆଣିଛନ୍ତି ସରକାରୀ ଦଳର ଜଣେ ଆଗଧାଡିର ଯୁବ କର୍ମି ା ତେବେ ତଦନ୍ତ ତଦନ୍ତରେ ବିଧାୟକ ୫ବର୍ଷ ପାରେଇଜିବେ ନା ପୂର୍ବରୁ ପ୍ରମାଣ ହୋଇ ବନ୍ଧା ହେବେ ତାହା ସମୟ କହିବ ା ଲୋକାୟୁକ୍ତରେ ଅଭିଯୋଗ ମୂଳେ ଗରିବ ଆଦିବାସୀଙ୍କୁ  ମୋହରା  କରି କୋଟି କୋଟି ଟଙ୍କାର କୃଷି ସବସିଡ୍ ଚୋରି କରିଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡା । ବିଧାୟକ ଶ୍ରୀ ପରିଡା ଗରିବ ଆଦିବାସୀ ଓ ଦଳିତ ବ୍ୟକ୍ତିଙ୍କୁ ମୋହରା କରି କୋଟି କୋଟି ଟଙ୍କା ହଡପ କରିଛନ୍ତି । ବିଧାୟକ ଶ୍ରୀ ପରିଡାଙ୍କ କଳା କାରନାମା ସମ୍ପର୍କରେ ବାଲେଶ୍ୱର ରେମୁଣା ବ୍ଲକର ସାସକ ଦଳର ଯୁବନେତା ତନୟ ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଗତ ଫେବୃଆରୀ ୪ ତାରିଖରେ ଅଭିଯୋଗ କରିଥିଲେ । ପୂର୍ବରୁ ଶ୍ରୀ ମହାନ୍ତି  ମଧ୍ୟ ଏସମ୍ପର୍କରେ କୃଷି ବିଭାଗ ଓ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ହେଲେ ସରକାରୀ ଦଳର ବିଧାୟକଙ୍କ ବିରୋଧରେ ତଦନ୍ତ କରିବାକୁ ଭିଜିଲାନ୍ସ କିମ୍ବା କୃଷି ବିଭାଗ ସାହସ କରିନାହିଁ । ଏବେ ଶ୍ରୀ ମହାନ୍ତିଙ୍କ ଅଭିଯୋଗକୁ ଗ୍ରହଣ କରି ଲୋକାୟୁକ୍ତଙ୍କ ପକ୍ଷରୁ ନିଗମାନନ୍ଦ ଆସୋସିଏଟସର ପ୍ରୋପାଇଟର ତଥା ରେମୁଣା ବିଧାୟକ ସୁଧାଂଶୁ ପରିଡା ଓ କୃଷି ନିର୍ଦ୍ଦେଶାଳୟଙ୍କୁ ନୋଟିସ ଜାରୀ କରି ଆସନ୍ତା ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ଉତ୍ତର ଦେବାକୁ ଲୋକାୟୁକ୍ତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିଧାୟକ ମହୋଦୟଙ୍କ ନାମରେ ହୋଇଥିବା ଅଭିଯୋଗ ଜଦି ସତହୋଇଥାଏ ତାହାଲେ ଏହାକୁ ନିର୍ଲଜତା କୁହାଜିବନିତ କଣ କୁହାଜିବ ା ତେବେ ଆଇନ ତା ବାଟରେ ଜିବ କହୁଥିବା ମୁଖ୍ୟମନ୍ତ୍ରି ରେମୁଣା ବିଧାୟକଙ୍କ ପାଇଁ ଆଇନକୁ କଉବାଟରେ ନେବେ ତାହା ସମୟ କହିବ ା

7,885 total views, 6 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.