PSANDOLAN , EDITOR : SUDHANSHU SEKHAR BARIK  , 7205910688

ଡେଲିଭରି ବଏକୁ ଅପହରଣ

ଭୁବନେଶ୍ୱର: ଧଉଳିରେ ଡେଲିଭରି ବଏକୁ ଅପହରଣ ଅଭିଯୋଗ । ଗତକାଲି ରାତିର ଘଟିଛି ଏ ଘଟଣା । Swiggy ଡେଲିଭରି ବଏଙ୍କ ଚପଲ, ବ୍ୟାଗ, ଗଂଜି ଓ ଏକ ଛୁରୀ ଦୟା ନଦୀ ରାସ୍ତାରେ ପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

 ତେବେ ଅପହରଣକାରୀ ପରିବାର ଲୋକଙ୍କୁ ଭଏସ ମେସେଜରେ ଅପହରଣ ନେଇ ସୂଚନା ଦେଇଥିଲେ । ଧଉଳି ଥାନାରେ ଏନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଡେଲିଭରି ବଏଙ୍କ ଘର ଧଉଳି ଥାନା ବିଜୟ ନଗର ଅଞ୍ଚଳରେ । ଅଭିଯୋଗ ପରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ । ପୋଲିସ ଏକ ସ୍ୱତନ୍ତ୍ର ଟିମ କରି ତଦନ୍ତ ଜାରି ରଖିଛି ।

36 total views, 6 views today

Leave a Reply

Your email address will not be published. Required fields are marked *