PSANDOLAN , EDITOR : SUDHANSHU SEKHAR BARIK  , 7205910688

ନିର୍ଦ୍ଧୁମ ମାଡ ମାରି ଥାନାକୁ ନେଲା ସ୍ତ୍ରୀ

ମୁନିଗୁଡା, : ପ୍ରେମ ବିବାହ କଲେ । ବିବାହ ପରେ ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡି ଚାଲି ଆସିଲେ ଯୁବକ । ହତାଶ ପତ୍ନୀ ଖୋଜି ଖୋଜି ଆସି ରାୟଗଡା ବିଷମ କଟକରେ ସ୍ୱାମୀକୁ ଠାବ କରିଛି । ଏହାସହ ପିଟିପିଟି ପୋଲିସ ନିକଟରେ ହାଜର କରିଛି ।

ସୂଚନାନୁସାରେ, ବିଷମକଟକ ଥାନା କାଙ୍କୁବାଡ଼ି ଗ୍ରାମରେ ରୁହନ୍ତି ସୁମନ କୁସୁଳିଆ । ସେ  ଆନ୍ଧ୍ର ପ୍ରଦେଶର ଭିମାବରମ ଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ସେଠାରେ ତାଙ୍କର ପାଡେରୁ ଗ୍ରାମର ବେଳସୁରୁ କୁମାରୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଧିରେଧିରେ  ସମ୍ପର୍କ ନିବିଡ଼ ହେବାରୁ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ  । ତିନି ମାସ ଏକାଠି ରହିବା ପରେ ସୁମନ କୁମାରୀକୁ ଛାଡି ଗାଁକୁ ଚାଲି ଆସିଥିଲେ । ସେଦିନ ଠାରୁ କୁମାରୀ ସୁମନଙ୍କୁ ଖୋଜି ବୁଲୁଥିଲେ  । ତେବେ ସୁମନ ବିଷମକଟକ ଅଟୋ ଚଳାଉଥିବା ଜାଣି ପାରି ଏଠାକୁ ଆସି ନିର୍ଦ୍ଧୁମ ପିଟିବା ସହ ଥାନାରେ ହାଜର କରିଥିଲେ ।

624 total views, 3 views today

Leave a Reply

Your email address will not be published. Required fields are marked *