PSANDOLAN , EDITOR : SUDHANSHU SEKHAR BARIK  , 7205910688

ଔଷଧ ମାଫିଆଙ୍କ ଲୁଲୁପ ଦୃଷ୍ଟିରେ ସୋର, ସାଧାରଣ ଲୋକ ସାଜୁଛନ୍ତି ମୋହରା

ସୋର : ସୋରରେ ପାନ,ଚାହା ଦୋକାନ ଠାରୁ ଅଧିକ ଔଷଧ ଦୋକାନ, ଔଷଧ ମାଫିଆଙ୍କ ଲୁଲୁପ ଦୃଷ୍ଟିରେ ସୋର, ସାଧାରଣ ଲୋକ ସାଜୁଛନ୍ତି ମୋହରା , ମାଲେ ମାଲେ ହେଉଛନ୍ତି ଦଲାଲ , ଅତ୍ୟାବଶ୍ୟକ ସେବା ନାମରେ ଲୁଟ , ଯାଗାବାଡି କିଣି ମାଫିଆ ସାଜୁଛନ୍ତି କୋଟିପତି, ସୋରରେ ଗଣ୍ଡା ଗଣ୍ଡା ଔଷଧ ଦୋକାନ , ସେଥିମଧ୍ୟରୁ ୮୦ ଭାଗ ବେଆଇନ , ଲୋକଙ୍କ ସ୍ବାସ୍ଥ୍ୟସହ ଖେଳୁଛନ୍ତି ଔଷଧ ମାଫିଆ, ସାଧାରଣ ଲୋକଙ୍କୁ ବୁଝେଇ ସୁଝେଇ ଦେଉଛନ୍ତି ଜାଲି ଔଷଧ , ସେପଟେ ଯାଣି ସିଆଣିଆ ସାଜିଛି ସ୍ଵାସ୍ଥ୍ୟ ବିଭାଗ , ଡ୍ରଗ୍ମ ଇନିସପେକ୍ଟର ମାଡାମ ସବୁଯାଣି ଅଜଣା , ତେବେ ସାଧାରଣରେ ଅଭିଯୋଗ ହେଉଛିକି ମାସିକିଆ ବଟିନେଇ ନିରବ ରହୁଛନ୍ତି ଡ୍ରଗ୍ମ ଇନିସପେକ୍ଟର, ସତସାହସ ଥିଲେ ତଦନ୍ତ ଆରମ୍ଭକରିବେକି ଡ୍ରଗ୍ଧ ଇନିସପେକ୍ଟର ମାଡାମ , ନା ଲୋକଙ୍କୁ ବୁଝିବାକୁ ହେବ ଲୋକଙ୍କ ଅଭିଯୋଗ ସତ, ଆଉ ଡ୍ରଗ୍ଧଇନିସପେକ୍ଟରଙ୍କ ଯାଣତରେ ଚାଲିଛି ବ୍ଳକର ଗଣ୍ଡା ଗଣ୍ଡା ବେଆଇନ ମେଡିସିନଷ୍ଟୋର , ତେବେ କେମିତି ହେଉଛି ମାଫିଆଙ୍କ ରାଜ ? ପ୍ରଥମେ ଔଷଧ ଦୋକାନ ପାଇଁ ଲାଇସେନ୍ସ ଏପ୍ଲାଏ, ଯେଉଁଥିରେ ଦିଆଯାଇଥାଏ ଜଣେ ଫାର୍ମାସିଷ୍ଟଙ୍କ ନାଁ ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର, ପରେ ଲାଇସେନ୍ସ ମିଳିଯାଏ ସତ, କିନ୍ତୁ ଦେଖା ଦିଅନ୍ତିନି ଫାର୍ମାସିଷ୍ଟ ବାବୁ ଜଣକ , ମାସିକ ୩ ରୁ ୪ହଯାର ଟଙ୍କ ପଡିଯାଏ ଫାର୍ମାସିଷ୍ଟ ବାବୁଙ୍କ ଏକାଉ ରେ, ଏପଟେ ଅନଭିଜ୍ଞ, ଅପାଠୁଆ ପିଲାଙ୍କୁ ମାତ୍ର କିଛି ଟଙ୍କା ଦେଇ ଚଳାଯାଏ ମଡେସିନଷ୍ଟୋର, କିନ୍ତୁ କାନ୍ଥରେ ଲଗାଯାଏ ଫାର୍ମାସିଷ୍ଟଙ୍କ ସାର୍ଟିଫିକେଟ । ତେବେ ଗୋଟିଏ ଔଷଧ ଦୋକାନ ପାଇଁ ମୁଖ୍ୟ ଆବଶ୍ୟକତା ରହିଥାଏ ଫାର୍ମାସିଷ୍ଟ, ଜେତେବେଳେ ସେଇ ଫାର୍ମାସିଷ୍ଟ ନରହିବେ, ଆଉ ଔଷଧ ଦୋକାନ ଚାଲିବ , ସେଠି କେମିତି ଆଉ କଉ ଔଷଧ ଲୋକଙ୍କୁ ଦିଆଯାଓଥିବ ତାହା ସହଜେ ଅନୁମେୟ , ତେବେ ଆହୁରି ସଙ୍ଗୀନ ଅଭିଯୋଗ ରହିଛି କିଛି ଔଷଧ ଦୋକାନିଙ୍କ ନାମରେ , ଯାହା ଆଶ୍ଚର୍ଯ୍ୟ କେତିକି କରିବ , ଆପଣଙ୍କୁ ଭାବିବାକୁବି ସେତିକି ବାଧ୍ୟ କରିବ , ଆମେ କେତେ ସୁରଖିତ ? ନିର୍ଦିଷ୍ଟ କିଛି ଔଷଧ ଦୋକାନ ସରକାରଙ୍କ ବିନା ପଞ୍ଜିକୃତ ଔଷଧ ରଖ୍ ଅଧୀକ ମୁନାଫା ଲୋଭରେ ଲୋକଙ୍କୁ ଲୁଟ କରୁଛନ୍ତି । ତେବେ ସୋରରେ କେବେ ଏହି ନିର୍ଦିଷ୍ଟ ଯାଲି ଔଷଧ ଦୋକାନିଙ୍କ ଉପରେ ଚଢଉ ହେଉଛି , ଆଉ ଜାଲି ଔଷଧ ଦୋକାନିଙ୍କୁ ବଛାଯାଇ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ସମୟ କହିବ ।

75 total views, 6 views today

Leave a Reply

Your email address will not be published. Required fields are marked *