ଆଚ୍ଛା ସଙ୍ଗଠନର ଆଛା କାମ , କରୋନା ସମୟରେ ରକ୍ତ ଦାନ 

ବାଲେଶ୍ୱର : ଦିନକୁ ଦିନ ନୋବେଲ୍ କରୋନା ଭାଇରସ୍‌ର ଦ୍ୱିତୀୟ ଲହରି ତାର କାୟାବିସ୍ତାର କରିବାରେ ଲାଗିଥିବା ସମୟରେ ସାରା ବାଲେଶ୍ୱର ଜିଲ୍ଲାରେ ଏକ ପ୍ରକାରର କୋକୁଆଭୟ ଦେଖାଯାଇଛି ଏଭଳି ଅସମ୍ଭାଳ ପରିସ୍ଥିତିରେ ଆଜି ବାଲିଆପାଳ ବ୍ଲକର ପଞ୍ଚୁପାଲି ପଞ୍ଚାୟତ ଅଧିନସ୍ଥ କମଳ କୁମାରି ମହିଳା ମହାବିଦ୍ୟାଳୟ ଠାରେ ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର କରାଯାଇଥିଲା । ପଞ୍ଚାୟତର ସରପଞ୍ଚ ନମିତା ଗିରି ଓ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ । ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ଏବଂ କୋଷାଧକ୍ଷ ରାକେଶ କୁମାର ଶିଅଳ ଓ କୋଡିନେଟର୍ ବିକାଶ କୁମାର ଜେନା ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମସ୍ତ ରକ୍ତଦାତାଙ୍କର ନାମ ପଞ୍ଜିକରଣ କରାଇଥିଲେ । ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦେବା ପରେ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ, ବିଜାୟ ପଟ୍ଟନାୟାକ, ଜ୍ୟୋତିଶ୍ ପ୍ରଧାନ , ବିଜୟ ବଳ ଓ ହରିଶ୍ ଚନ୍ଦ୍ର ମହାପାତ୍ର ପ୍ରବୃତ୍ତି ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଆଚ୍ଛା ସଙ୍ଗଠନ ବାଲିଆପାଳ ବ୍ଳକ ପକ୍ଷରୁ ଶୁଭମୟ ଜେନା, ଭବାନି ଶଙ୍କର ଜେନା, ପର୍ଶୁରାମ ଦାସ, ଶୈଳେନ୍ଦୁ ଦାସ, ମାନସ ବିଶ୍ୱାଳ, ଗୋପାଳ ରାଉତ, ଆକାଶ କୁମାର ଜେନା, ଅନୁସ୍ମିତା ଜେନା, କମଳିନୀ ମହାନ୍ତି, ଜ୍ୟୋର୍ତିମୟୀ ଜେନା, ମଞୁଲତା ଦାସ, ସୁଶ୍ରୀ ସଙ୍ଗିତା ବାରିକ, ରଶ୍ମିତା ପରିଡା, ବ୍ରଜବାଳା ପ୍ରଧାନ, ମିନତୀ ଗିରି, ଅର୍ଜୁନ ଜେନା, ଅଭୟ ଜେନା, ମାନସ ଜେନା ପ୍ରଭୃତି ଉପସ୍ଥିତ ରହି ମୋଟ୍ ୪୭ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।

378 total views, 6 views today

Leave a Reply

Your email address will not be published. Required fields are marked *