ଚାକିରି କରିବ ପୋଲିସ୍ ମାଛ ଖାଇବ ଇଲିସି ନୁହଁ ଚିଙ୍ଗୁଡି

ଭଦ୍ରକ : ପୁଲିସିଆ ଠାଣି ସାଙ୍ଗକୁ ଭରଶା କଥା କହି ନାଁ କାଟିଦେବାର ପ୍ରତିଶ୍ରୁତିପରେ ମୁଟାଅଙ୍କର ଟଙ୍କା ଦାବି ସାଙ୍ଗକୁ ବୁଧବାର ଆଡକୁ ଟିକେ ଚିଙ୍ଗୁଡି ପଠାଇବାକୁ କହୁଛନ୍ତି ପୋଲିସ ବାବୁ ା ଯାହାର ଏକ ରେକର୍ଡିଂ ଏବେ ଭାଇରାଲ ହେବାରେ ଲାଗିଛି ା ଚାକିରୀ କରିବ ପୁଲିସ ମାଛ ଖାଇବ ଇଲିସି । ଏହାର ଯର୍ଥାଥ ଉକ୍ତିକୁ ଦୋହାରାଇଛନ୍ତି ଚାନ୍ଦବାଲି ଥାନାର ଏ ଏସ ଆଇ ହରେକୃଷ୍ଣ ପାଢ଼ୀ ା ଦିର୍ଘଦିନ ଧରି ଆସ୍ଥାନ ଜମାଇଥିବା ଏ ଏସ ଆଇ ଜଣକ ବଦଳି ହେବାକୁ ମନବଳାଉ ନାହାନ୍ତି , ଜେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ା ତେବେ ଚାନ୍ଦବାଲି ଥାନାର ଏଇ ଏ ଏସ ଆଇ ବାବୁ ଜଣକ ଚିଙ୍ଗୁଡି ଖାଇବାକୁ ଭାରି ବ୍ୟସ୍ତ ହୋଇ ପଡିଛନ୍ତି ା ଏଇ ଚିଙ୍ଗୁଡି ଲାଞ୍ଚ ଉଦେଶ୍ୟରେ ମଗାଯାଇଥିବା ଦାବି ହେଉଛି ା ସମୁଦ୍ରକୂଳିଆ ଥାନା ମେଞ୍ଚା ମେଞ୍ଚା ଚିଙ୍ଗୁଡି ଝାଲି ଖାଇବାକୁ କାହାର ଇଛା ହେବନି କହିଲେ ଦେଖି ା କିନ୍ତୁ ଲାଞ୍ଚ ଭାବରେ ଚିଙ୍ଗୁଡୁ ମାଗି ଖାଇବାକୁ ହଜମ କରିପାରୁ ନାହାନ୍ଚି ଲୋକେ ା ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପୋଲିସ ମୁଖିଆ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏ ଏ ଏସ ଆଇଙ୍କ ଉପରେ ା

1,326 total views, 3 views today

Leave a Reply

Your email address will not be published. Required fields are marked *