କମ୍ପାନି ପ୍ରେମରେ ବାଲେଶ୍ବର ପ୍ରସାଶନ : ମାଟି ମାଆ ସଂଘର୍ଶ ସମିତି କର୍ମକର୍ତ୍ତାଙ୍କ ଅଟକକୁ ନିନ୍ଦା

ସୋର : ଗୋଟେ ଗଣ ତାନ୍ତ୍ରୀକ ରାଷ୍ଟ୍ରରେ ପ୍ରସାଶନ ଲୋକଙ୍କ ପାଇଁ ଥାଏ କିନ୍ତୁ ବର୍ତ୍ତମାନର ବାଲେଶ୍ବର ଜିଲ୍ଲାପ୍ରସାଶନର କାର୍ଯ୍ୟ କେବଳ କମ୍ପାନିଙ୍କ ପାଇଁ ା ଏକଥା ଆମର ନୁହଁ ଏ କଥା ଲୋକ କହିବା ଆରମ୍ଭ କଲେଣି ା ଗତ କିଛିଦିନ ଧରି ଏକ କମ୍ପାନି ଯାହାର ନାମ ବ୍ରିଜଗୁପାଳ କନଷ୍ଟ୍ରକସନ ସୋରର ଛଅପୁଲିଆ ନିକଟରେ ଜାତୀୟ ରାଜପଥ କାମ କରିବା ନାମରେ ବିଭିନ୍ନ ବେଆଇନ କାର୍ଯ୍ୟ ଜେମିତିକି ଚୋରା ପଥରକୁ ବେଆଇନ ଭାବେ ଗଛିତ କରି ରଖିବା , ମନଇଛା ଜମିର କିସମ ପରିବର୍ତ୍ତନ ନକରି ଚାକିରିଦେବା ନାମରେ ଲୋକଙ୍କୁ ଠକି ଆସ୍ଥାନ ଜମାଇବା ା ରାଜପଥ ନିର୍ମାଣରେ ଜେଉଁ ନିୟମ ପାଳନ କରିବା କଥା ନକରିବା , ଦାଦାଗିରି ଦେଖାଇ ଉଭର ଲୋଡିଂ କରି ଗାଡିରେ ପରିବହନ କରିବା , କାମ କରାଇ ଲୋକଙ୍କୁ ଦରମା ବା ଟ୍ରକ ବାଲାଙ୍କୁ ଠିକ୍ ସମୟରେ ଟଙ୍କା ନଦେବା , ୩କୋଟିରୁ ଉର୍ଦ୍ଧ ଫାଇନ ଅର୍ଥନଦେଇ ଫାଙ୍କିବା ଭଳି ଅଭିଯୋଗର ଅଭିଯୁକ୍ତ ସାଜିଛି ା ତେବେ କମ୍ପାନିର ଏଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ ପ୍ରଥମେ ଆମେ ଖବର ପ୍ରସାରଣ କରିଥିଲୁ ଯାହା ପରେ ପ୍ରସାଶନ ୩କୋଟିରୁ ଉର୍ଦ୍ଧଟଙ୍କା ଫାଇନ କରିଥିଲେବି କମ୍ପାନି ଫାଇନ ଅଦ୍ୟାବଧି ଦେଇନାହିଁ ା ପରେ ବିଜେପି ନେତା ରାକେଶ ମଲ୍ଲିକଙ୍କ ନେତ୍ରୁତ୍ବରେ ମାଟି ମା ସଂଘର୍ଶ ସମିତି ନାମକ ଏକ ସାମାଜିକ ସଂଗଠନ କମ୍ପାନି ଗେଟ ସମ୍ମୁଖରେ ଧାରଣାରେ ବସିଥିଲା ା ତେବେ ମାଟି ମା ସଂଘର୍ଷ ସମିତି କିଛି ଦାବି ରଖିଥିଲା ଯାହା କମ୍ପାନି ମାନିବା କଥା ା କିନ୍ତୁ ଅଣଗୁୁରିଆ କମ୍ପାନି ସେ ଦାବି ମାନିବାକୁ ନାରାଜ ା ତେବେ କମ୍ପାନି ଓଲଟା ନିଜ ଭୁଲକୁ ନମାନି କାମ ବନ୍ଦକରିଦେଇଛି ା ପରେ ଆମ ପ୍ରସାଶନ କମ୍ପାନି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେଇ ଇଂଗ୍ରେଜ ସାଶନ ଭଳି ଧାରଣା କାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସୋରଥାନାରେ ଅଟକ ରଖିଲା ା ତେବେ ଏହାକୁ ବିରୋଧ କରି ଶତାଧିକ ଲୋକ ସୋର ଥାନା ସମ୍ମୁଖରେ ଧାରଣାରେ ବସିଲେ ା ଏଠି ବାଲେଶ୍ବର ଜିଲ୍ଲାପାଳ କଣ କହିବାକୁ ଚାହାନ୍ତି କମ୍ପାନିର ଭୂଲ ଲୋକ ଦେଖିବେନି , କହିବେନି ା ଆମ ଟିକସ ଟଙ୍କାରେ ଦରମା ନେଉଥିବା ଏସରକାରୀ ବାବୁମାନେ ଆମକୁ ନାଲିଆଖି ଦେଖେଇବା କଣ ଠିକ୍ ! ଏ ଆଇନ କଣ କେବଳ ସାଧାରଣ ଲୋକଙ୍କ ପାଇଁ ! କାହିଁକି କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ହେବନି ? କାହିଁକି କମ୍ପାନି ଫାଇନ ହୋଇଥିବା ଟଙ୍କା ଦେବନି ? କାହିଁକି କମ୍ପାନି ପ୍ରତି ଆମ ସରକାରୀ ବାବୁ ମାନେ ଏତେ କୋହଳ ମନ ଭାବ ଦେଖେଇବେ ? ତାହାଲେ କଣ ସାଧାରଣ ଲୋକଙ୍କୁ ବୁଝିବାକୁ ହେବକି ଏଠି ନ୍ୟାୟ ମିଳିବନି ? ସରକାରୀ ବାବୁ ମାନେ କମ୍ପାନି ପାଖେ କଣ ବନ୍ଧା ପଡିଛନ୍ତିକି !

774 total views, 6 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.