ପୁଣି ଭାରତର ମନ୍ତ୍ରିଙ୍କ ଅଭିନୟ : ମିଛରେ ଧାରଣା ବସି ପ୍ରଧାନ ମନ୍ତ୍ରୀଙ୍କୁ ବିରୋଧ କଲେ

ଆନ୍ଦୋଳନ ବ୍ୟୁର : କେନ୍ଦ୍ର ମନ୍ତ୍ରୀ ତଥା ଭାରତର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଭିନୟକୁ ନେଇ ବହୁସମୟରେ ବେସ ଚର୍ଚ୍ଚା ହେଉଥିଲା ବେଳେ ଆଜି ତାଙ୍କ ଅଭିନୟରେ ସେ ପ୍ରଧାନ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ା  ସୋର ୬ପୋଲିଆ ନିକଟରେ ଜାତୀୟ ରାଜପଥ ଠିକାସଂସ୍ଥା ବ୍ରିଜ ଗୋପାଳ କନଷ୍ଟ୍ରକସନ ଠିକା ନେବା ନାମରେ ଚୋରି କରିଆସୁଛି ା ଏକଥା ପ୍ରଥମେ ଆମେ ଖୁଲାସା କରିବାପରେ ସୋରତହସିଲଦାର ୩କୋଟି ଟଙ୍କାରୁ ଉର୍ଦ୍ଦ ଓ ବାଲେଶ୍ବର ଆରଟିଓ ୫ଲଖ୍ୟଟଙ୍କାରୁ ଉର୍ଦ୍ଧ ଫାଇନ କଲେ ା କିନ୍ତୁ ପଥର ଚୋର ଅବୋଲକରା କମ୍ପାନି ବର୍ତ୍ତମାନ ସୁଧା ସେ ଫାଇନ ଅର୍ଥ ଜମାକରିନଥିବା ଜଣା ପଡିଛି ା ସେପଟେ ୬ପୋଲିଆ ଠାରେ ଚୋରି କରି ବହୁ ବେଆଇନ ପଥର ଷ୍ଟକ କରି ରଖିଥିବା ସ୍ଥାନର ବର୍ତ୍ତମାନ ସୁଧା କିସମ ବଦଳା ଯାଇନି , ଏମିତିକି ଏପ୍ଲାଏ ମଧ୍ୟ ହୋଇନି କିନ୍ତୁ ସେଠି ବେପାର ଚାଲିଛି ା କାମ କଉ ବାଳଟା ଭଳି କରୁଛି ସେଟା ସମସ୍ତଙ୍କୁ ଜଣା ତେବେ କାହିଁକି କେଜାଣି ସୋର ତହସିଲଦାର କମ୍ପାନିର ପୁରା ଭକ୍ତ ସାଜିଛନ୍ତି ା ଯାହାବି ହେଉ ଏଭଳି ଡକାୟତିକୁ ବିରୋଧ କରି ମାଟିମାଆ ସଂଘର୍ଶ ସମିତି କିଛିଦିନ ପୂର୍ବରୁ ଧାରଣାରେ ବସିଥିଲା ା ସେତେବେଳେ ହାତଗୋଡ ଧରିକି ବ୍ରିଜଗୋପାଳ କମ୍ପାନି ତରଫରୁ ସର୍ତ୍ତ ପୁରଣ କରାଜିବାର ପ୍ରତିଶ୍ରୁତିଦିଆଗଲା କିନ୍ତୁ ପୁରଣ କରାନଜିବାରୁ ଆଜକୁ ୩ଦିନ ଧରି ଧାରଣା ବସିଥିଲେ ା ତେବେ ସବୁଠାରୁ ପରିତାପର ବିଶୟ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଏଇଧାରଣାରେ ଯୋଗଦେବା ା ଯାହା ସ୍ପଷ୍ଟ କରୁଛି ମନ୍ତ୍ରୀ ମହୋଦୟ କଥା କଥାରେ ଆତ୍ମ ବଢିମା ଦେଖଉଥିବା ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରୁଥିବା ବେଳେ ଏଇକଥାଟି ପ୍ରଧାନମନ୍ତ୍ରୀ ବା ବିଭାଗିଅ ମନ୍ତ୍ରୀଙ୍କୁ ଗୋଚରକୁ ଆଣିପାରିଥାନ୍ତେ , କମ୍ପାନିକୁ ଦଣ୍ଡିତ କରିପାରିଥାଆନ୍ତେ , କିନ୍ତୁ ସେଭଳି ନକରି ଧାରଣାରେ ବସିବା ମନ୍ତ୍ରୀଙ୍କ ଯୋଗ୍ୟତା ପ୍ରତି କଣ ପ୍ରଶ୍ନଉଠାଇଲାନିକି ? ତେବେ ମନ୍ତ୍ରୀ ଧାରଣାରେ ବସି ନିଜକୁ ଲୋକଙ୍କ ନେତା ଦେଖାଇବା ନିଶାରେ କେନ୍ଦ୍ର ସରକାର ବା ପ୍ରଧାନମନ୍ତ୍ରୀଙ୍କୁ ବିରୋଧକଲେନିକି ! ତାହାଲେ କଣ ଲୋକ ମାନଙ୍କୁ ବୁଝିବାକୁ ହେବ କେନ୍ଦ୍ରରେ ଥିବା ବିଜେପି ସରକାର ନିଜ ମନ୍ତ୍ରୀ ମାନଙ୍କୁ ନ୍ୟାୟ ଦେଇପାରୁନି ? ତେବେ ଦେଖାଯାଉ କମ୍ପାନି ଉପରେ ଭାରତ ମନ୍ତ୍ରୀଙ୍କ ଧାରଣାର ପ୍ରଭାବ ପଡୁଛି ନା ଆପେ ଆପେ ସେଟିଂ ହୋଇ ଧାରଣା ବନ୍ଦ ହେଉଛି ା

1,092 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.