ବିଚ୍ ରାସ୍ତାରେ ଜଳିଗଲା କାର

ଭୁବନେଶ୍ବର, ପି

ଭୁବନେଶ୍ୱର:ନନ୍ଦନକାନନ ଜୟଦେବ ବିହାର ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ଘଟୁଘଟୁ ରହିଯାଇଛି୤ ସନ୍ଧ୍ୟାରେ ଏକ କାରର ଇଞ୍ଜିନରେ ହଠାତ ନିଆଁ ଲାଗି ହୁତୁହୁତ ହୋଇ ଜଳିଯାଇଥÒବାର ଦୃଶ୍ୟ ଦେଖÒବାକୁ ମିଳିଛି୤ ନିଜର ଉପସ୍ଥ଄ତ ବୁଦ୍ଧି ଖଟାଇ କାରରେ ଥÒବା ଯାତ୍ରୀ ଓ ଡ଼୍ରାଇଭର ତାଙ୍କ ଜୀବନ ବଞ୍ଚାଇବା ସହିତ ନିଆଁ ଲାଗିବା କ୍ଷଣି ସେମାନେ କାରଟିରୁ ବାହରକୁ ଡ଼େଇଁ ପଡ଼ି ଲୋକଙ୍କୁ ଯାତାୟାତ କରିବା ଲାଗି ଅଟକାଇଥÒବାରୁ ନିଶ୍ଚିତ ଭାବେ ଲୋକମାନେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି୤
ଉଲ୍ଲେଖ ଥାଉ କି, ରାଜଧାନୀର ଜନଗହଳି ରାସ୍ତା କୁହାଯାଉଥÒବା ଜୟଦେବ ବିହାର-କିଟ୍-ନନ୍ଦନକାନରେ ସନ୍ଧ୍ୟା ପ୍ରାୟ ୭ଟାରେ ଏକ ହୋଣ୍ଡା ସିଟି କାରରେ ନିଆଁ ଲାଗି ଥÒଲା୤ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ହଠାତ ଏଥିରେ ନିଆଁ ଲାଗି ଯାଇଥିଲା୤ ନାଲକୋଛକରୁ ଜୟଦେବ ବିହାର ଆଡ଼କୁ ଆସୁଥÒବା ବେଳେ ରାସ୍ତା ପାର୍ଶ୍ବରେ ଥÒବା ଜିଞ୍ଜର ହୋଟେଲ ସାମ୍ନାରେ ଏହି ଘଟଣା ଘଟିଥÒଲା୤ କାରରେ ନିଆଁ ଲାଗିଯାଇଥିବା ଦେଖି ଘଟଣାସ୍ଥଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା୤ ଗାଡ଼ି ଚାଳକଙ୍କ ସହିତ କାର ଭିତରେ ଥÒବା ଅନ୍ୟ ଯାତ୍ରୀମାନଙ୍କର ବି କିଛି କ୍ଷତି ହୋଇନାହିଁ୤ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥÒଲା୤ ଦୁର୍ଘଟଣା ଘଟିବାର ପ୍ରାୟ ଅଧ ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଞ୍ଚିଥÒବାରୁ କାରଟି ସମ୍ପୂର୍ଣ୍ଣ ଜଳିଯାଇଥÒଲା୤
ରାସ୍ତା ମଝିରେ କାରଟି ହୁ ହୁ ହୋଇ ଜଳୁଥିବାରୁ ଦୀର୍ଘ ସମୟ ଧରି ରାସ୍ତା ଜାମ ହୋଇଥିଲା୤ ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ଛିଡା ହୋଇ ରହିଥିଲା୤ ଫଳରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା୤ ତେବେ ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରରୁ ନିଆଁ ଲିଭାଇବା ପରେ ସ୍ୱାଭାବିକ ଭାବେ ଗାଡି ଚଳାଚଳ କରିଥିଲା୤

537 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.